ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ପଥରରେ ଛେଚି ଗଳାକାଟି ହତ୍ୟା
ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଡିଆର୍ଜି ଯବାନଙ୍କୁ ନେଇ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।
ଦୂଚନା ମୁତାବକ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା ମଙ୍ଗଳବାର ଦିନ ନିଜ ଗାଁକୁ ଯାଇଥିଲେ। ହେଲେ ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ମାଓବାଦୀ ପେଟା ଗାଁରେ ତାଙ୍କୁ ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିଲେ।
ପରେ ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଜବାନଙ୍କ ହତ୍ୟା କରିଛନ୍ତି ମାଓବାଦୀ। ଏନେଇ ଖବର ପାଇ ସୁରକ୍ଷାକର୍ମୀ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛନ୍ତି।