ଆସୁଛି ବାତ୍ୟା ‘ତଉକ୍ତେ’, ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ଜାଣନ୍ତୁ…
ଭୁବନେଶ୍ୱର: ଆସୁଛି ବାତ୍ୟା ‘ତଉକ୍ତେ’। ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି। ଏହି ବାତ୍ୟାର ନାଁ ‘ତଉକ୍ତେ’ ବୋଲି ମିଆଁମାର ନାମକରଣ କରିଛି। ଏହି ସମ୍ଭାବ୍ୟ ବାତ୍ୟା ଗୁଜରାଟ କିମ୍ବା ମହାରାଷ୍ଟ୍ର ଉପକୂଳ ଛୁଇଁପାରେ। ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।
ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ। ଗୁରୁବାର ରାଜ୍ୟର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ।