Odisha Link
Bridging the Missing Links in Odisha

ଆସୁଛି ବାତ୍ୟା ‘ୟଶ’, ଓଡ଼ିଶା ଉପରେ ପଡ଼ିବ ଏହାର ପ୍ରଭାବ: ଆଇଏମଡି ଡିଜି

ଭୁବନେଶ୍ୱର: ଭୁବନେଶ୍ୱର: ବାତ୍ୟା ‘ତଉକ୍ତେ’ ପରେ ଏବେ ପୁଣି ଦାନା ବନ୍ଧୁଛି ଆଉ ଏକ ବାତ୍ୟା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ତେବେ ବାତ୍ୟା ‘ୟଶ’ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପଡ଼ିବ ବୋଲି ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟାର ରୂପ ନେବ।୨୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ।  ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ବର୍ତ୍ତମାନ ଆକଳନ ଅନୁଯାୟୀ ୨୬ ତାରିଖ ସକାଳେ ଉପକୂଳ ଛୁଇଁବ।

ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଉଛି।  ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ।  ଲଘୁଚଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯିବ। ୟ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହାଛଡ଼ା ଏହି ସମୟରେ ସମୁଦ୍ର ଭିତରକୁ ନଯିବାରୁ ଶ୍ରୀ ମହାପାତ୍ର ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇଛନ୍ତି। ୨୧ରୁ ୨୪ ଯାଏଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ୨୪ରୁ ୨୭ ଯାଏଁ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ଶ୍ରୀ ମହାପାତ୍ର ମନା କରିଛନ୍ତି।

Leave A Reply

Your email address will not be published.