Odisha Link
Bridging the Missing Links in Odisha

କରୋନା: ସୁସ୍ଥ ହେଲେ ଆଉ ୯୮୭୦ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ଵର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଥିବା ବେଳେ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୫୬୫୦୧ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭୩ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୭୮୯, ନୂଆପଡାରୁ ୬୫୦, କଟକରୁ ୬୪୬, ଅନୁଗୋଳରୁ ୫୯୨, ବଲାଙ୍ଗୀରରୁ ୪୨୫, ଝାରସୁଗୁଡାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଙ୍ଗପୁରରୁ ୩୫୪, ଗଞ୍ଜାମରୁ ୩୨୫, ବାଲେଶ୍ଵରରୁ ୩୧୩, ବରଗଡରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଞ୍ଜରୁ ୨୨୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, କେନ୍ଦୁଝରରୁ ୨୦୩ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୪୯୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ଘଟିଛି।

Leave A Reply

Your email address will not be published.