Odisha Link
Bridging the Missing Links in Odisha

ଭିକେ ପାଣ୍ଡିଆନ୍‌ ପାଇଲେ FIH ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ

୪୬ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଭୁବନେଶ୍ବର: ଓଡ଼ିଶା ପ୍ରଶାସନର ସବୁଠୁ ଚର୍ଚ୍ଚିତ ଚେହେରା ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ମିଳିଛି ସମ୍ମାନଜନକ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ। ଅନ୍ତର୍ଜାତୀୟ ହକି ସଂଘ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଇଥିଲେ।

୨୦୨୧ ମସିହା ପାଇଁ ପାଣ୍ଡିଆନ୍‌ଙ୍କୁ ଏହି ପୁରସ୍କାର ମିଳିଛି ବୋଲି ବୋଲି ହକି ଇଣ୍ଡିଆ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି। ଆଜି ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ପାଣ୍ଡିଆନ୍‌ଙ୍କୁ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଶାରେ ହକିର ଉନ୍ନତି ପାଇଁ ତାଙ୍କର ଅବଦାନ ନିମନ୍ତେ ପାଣ୍ଡିଆନ୍‌ଙ୍କୁ ଏହି ସମ୍ମାନ ଦିଆଯାଇଛି ବୋଲି ଏଫ୍‌ଆଇଏଚ୍‌ ଜଣାଇଛି। ପ୍ରଥମ ଥର ପାଇଁ ୪୭ତମ ଏଫ୍‌ଆଇଚ୍‌ କଂଗ୍ରେସ୍‌ ଆଜି ଠାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଛି। ସାରା ବିଶ୍ବରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ପ୍ରଥମ ଦିନରେ ପାଣ୍ଡିଆନ୍‌ଙ୍କୁ ସମ୍ମାନିତ କରାଯାଇଛି।

୨୦୧୮ରେ ଦିଲ୍ଲୀ ଠାରେ ଅନୁଷ୍ଠିତ ୪୬ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ ପାଇଁ ସେ ଅନୁପସ୍ଥିତ ଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ୍‌ସ କ୍ବାଲିଫାୟର ମ୍ୟାଚ୍‌ ବେଳେ ସଂଘ ସଭାପତି ଧୃବ ବାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.