Odisha Link
Bridging the Missing Links in Odisha

୭ ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ୧୨୮ ଗାଁକୁ ରିଲିଫ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଡ଼ ବିପତ୍ତିରୁ ବଞ୍ଚିଲା ଓଡ଼ିଶା। ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ୟାସ୍‌ ଯୋଗୁଁ ୧୨୮ଟି ଗାଁ ଜଳବନ୍ଦୀ ରହିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ‘ୟାସ’ର ପ୍ରାଥମିକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମସ୍ତ ମୁଖ୍ୟ ରାସ୍ତାରେ ଚଳପ୍ରଚଳକୁ ସ୍ୱାଭାବିକ କରାଯିବ। ବିଦ୍ୟୁତ ଯୋଗାଣ କାର୍ଯ୍ୟକୁ ମଧ୍ୟ ୨୪ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ କାର୍ଯ୍ୟକୁ ସ୍ୱାଭାବିକ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସମୁଦ୍ର ପାଣି ମାଡ଼ି ଆସିଥିବାରୁ ଭଦ୍ରକ ଜିଲ୍ଲାରେ ୪୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲାରେ ୮୪ଟି ଗାଁ ଏବେ ଜଳବନ୍ଦୀ ହୋଇ ରହିଛି।

ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୁଲିସ, ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ପ୍ରଭାବିତ ଜିଲ୍ଲାରେ ସେବା ଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.