Odisha Link
Bridging the Missing Links in Odisha

ବାତ୍ୟା ପରେ ବୁଢାବଳଙ୍ଗ ନଦୀରେ ବନ୍ୟା ସ୍ଥିତି

ଭୁବନେଶ୍ବର: ସ୍ଥଳଭାଗରେ ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବାତ୍ୟା ୟାସ୍‌ର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଯାହାଫଳରେ ଏବେ ବାତ୍ୟା ଭୟ ପରେ ବନ୍ୟା ଭୟ ଆଶଙ୍କା କରାଯାଉଛି। ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁଥିବା ବେଳେ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯାହାଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଯଦି ବନ୍ୟା ହେଲା ତେବେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବେଶି ପ୍ରଭାବିତ ହେବ।

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଶିମିଳିପାଳରେ ବି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯାହାରି ଫଳରେ ବୁଢାବଳଙ୍ଗ ନଦୀରେ ଫ୍ଲାସ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ସୂଚନା ଦେଇଛନ୍ତି ପ୍ରଦୀପ ଜେନା।

ମିଳିଥିବା ସୂଚଚନାମୁତାବିକ ବାରିପଦାଠାରେ ଜଳସ୍ତର ୨୧ ଫୁଟରେ ଅଛି। ୬ ମିଟର ବିପଦ ସଂକେତ ତଳେ ଅଛି। ଅପରପକ୍ଷରେ ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଅଂଚଳ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ସେଠାକାର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.