Odisha Link
Bridging the Missing Links in Odisha

୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ’ର ପ୍ରଭାବରେ ଉତ୍ତର ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇଛି। ବର୍ଷା ପବନରେ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରାଣୀ ସମ୍ପଦର ମଧ୍ୟ କ୍ଷତି ଘଟିଛି। ଏନେଇ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉଚ୍ଚସ୍ତରୀୟ ସମୀକ୍ଷା କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଡକ୍ଟର ସାହୁ କୃଷି ଓ ପଶୁପାଳନ ଏବଂ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ତୁରନ୍ତ କ୍ଷେତ୍ର ଅଧିକାରୀମାନେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କଲେ ତଦନୁଯାୟୀ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆଜି ଆକାଶମାର୍ଗରୁ ବାତ୍ୟା ପରର ସ୍ଥିତି ଏରିୟଲ ସର୍ଭେ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ। କ୍ଷୟକ୍ଷତି ଆକଳନ ପରେ ଏନେଇ ସମୀକ୍ଷା ହେବା ସହ କିଛି ଘୋଷଣା ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.