Odisha Link
Bridging the Missing Links in Odisha

ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି

ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିବେ

ନୂଆଦିଲ୍ଲୀ: ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି। ବାତ୍ୟା ୟସ୍‌ ପ୍ରଭାବରେ ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ। ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳ ବୁଲି ଦେଖିବେ ବୋଲି ସୂଚନା ମିଳିଛି। ଏଥିସହ ପଶ୍ଚିମବଙ୍ଗର ମେଦିନୀପୁରରେ ମଧ୍ୟ ବୁଲି ବାତ୍ୟା ସମୀକ୍ଷା କରିବେ। ସେଠାରେ ସେ ବାତ୍ୟା ସଂକ୍ରାନ୍ତରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେଇ ବାତ୍ୟା କ୍ଷୟକ୍ଷତି ଉପରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.