Odisha Link
Bridging the Missing Links in Odisha

ଆର୍ଥିକ ସହାୟତା ନମାଗି ଟ୍ୱିଟରରେ ଟ୍ରେଣ୍ଡ୍ ହେଲେ ନବୀନ

ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ନିଜ ସମ୍ବଳରେ କରିବୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିନଥିଲେ। ତେବେ ବୈଠକ ପରେ ଆର୍ଥିକ ସହାୟତା ନମାଗିବାର କାରଣ ସମ୍ପର୍କରେ କହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି,ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ନିକଟରେ କୌଣସି ତତ୍କାଳିକ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ। ଆମେ ଏହି ପରିସ୍ଥିତିର ମୁକାବିଲା ପାଇଁ ନିଜ ପାଣ୍ଠି ବ୍ୟବହାର କରିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା।

ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ। କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଓ ନାୟକ ବୋଲି ବର୍ଣ୍ଣନା କରିଥିଲେ।

ଅତୁଲ ଶର୍ମା ନାମକ ଟ୍ୱିଟ୍ କରିଛନ୍ତି ଯେ, ଏହା ହେଉଛି ପ୍ରକୃତ ରାଷ୍ଟ୍ରନୀତି। ନବୀନ ବାବୁ ଓଡ଼ିଶାର ଦାବିକୁ ନେଇ ସବୁବେଳେ ମୁଖର କିନ୍ତୁ ସେ କେବେ ମଧ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି ନାହିଁ। ଏନଡିଆରଏଫ୍ ଗଠିତ ହେବାର ଢେର ଆଗରୁ ଓଡ଼ିଶା ଓଡ୍ରାଫ୍ ଗଠନ କରିସାରିଥିଲା। ବେଲା ନାମକ ୟୁଜର ଟ୍ୱିଟ୍ କରିଛନ୍ତି ଯେ, ନବୀନ ହେଉଛନ୍ତି ସେହିଭଳି ଜଣେ ନାୟକ ଯାହାଙ୍କଠାରୁ ପ୍ରେରଣା ନିଆଯାଇପାରେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବୀନଙ୍କ ଠାରୁ କିଛି ଶିଖିବାକୁ ପରାମର୍ଶ ଦିଆଯାଇଥିଲା। ଉଞ୍ଚୁ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅନ୍ୟମାନଙ୍କୁ ଦୋଷ ନଦେଇ କେମିତି କାମ କରାଯିବା କଥା ତାହା କେଜ୍ରିୱାଲ ନବୀନ ପଟ୍ଟନାୟକଙ୍କଠରୁ ଶିଖନ୍ତୁ ।

ସେହିଭଳି ପ୍ରିତି ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଅରବିନ୍ଦ କେଜ୍ରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷା କରି ଲେଖାଯାଇଛି ଯେ, ମୁଁ ଏହି ତଥାକଥିତ ମୁଖ୍ୟମନ୍ତ୍ରୀ ମାନେ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ ବୋଲି ଆଶା କରୁଛି। ଜଣେ ହେଉଛି ‘ଆଡ୍’ ମ୍ୟାନ୍ ଓ ଆଉ ଜଣେ ହେଉଛନ୍ତି ‘ବ୍ୟାଡ୍ ମ୍ୟାନ୍’

Leave A Reply

Your email address will not be published.