Odisha Link
Bridging the Missing Links in Odisha

UAEରେ ହେବ IPL-୧୪ର ବଳକା ମ୍ୟାଚ୍: ବିସିସିଆଇ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣକୁ ନେଇ ଆସିଲା ବଡ଼ ଖବର। ଭାରତରେ କୋଭିଡ ସ୍ଥିତି ଅଣାୟତ୍ତ ହେବାରୁ ଆଇପିଏଲ ୧୪ର ଅଧାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲର ବଳକା ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଶନିବାର ହୋଇଥିବା ଏସଜିଏମ୍‌ ବୈଠକରେ ବିସିସିଆଇ ନିଷ୍ପତ୍ତି ନେଇଛି। ଏଥିସହିତ ଆଇପିଏଲର ବଳକା ୩୧ଟି ମ୍ୟାଚ୍‌ ସେପ୍ଟେମ୍ବର-ଅକ୍ଟୋବରରେ ହେବ ବୋଲି ବସିସିଆଇ ପକ୍ଷରୁ କୁହାଯାଇଛି।

ଏଥିସହିତ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି)କୁ ସମୟ ମାଗିଛି ବିସିସିଆଇ। ଟି-୨୦ ବିଶ୍ବକପ୍‌ ଆୟୋଜନ ବିସିସିଆଇ ନିଷ୍ପତ୍ତି ନେଇଛି ଯେ, ବିଶ୍ବକପ୍‌ ଆୟୋଜନର ଅନ୍ତିମ ନିର୍ଣ୍ଣୟ ନେବା ପୂର୍ବରୁ ଆଉ କିଛି ସମୟ ମାଗିଛି।

ସୂଚନାଥାଉକି, ଆଇପିଏଲ ୧୪ର ୨୯ଟି ମ୍ୟାଚ୍‌ ଖେଳା ଯାଇ ସାରିଛି। ଏବେ ବଳକା ୩୧ଟି ମ୍ୟାଚ୍‌ ୟୁଏଇରେ ଖେଳାଯିବ। ହେଲେ କେଉଁ ତାରିଖରୁ ଖେଳା ଯିବ ସେ ନେଇ ତାରିଖ ଘୋଷଣା କରିନି ବିସିସିଆଇ।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତି ମୁତାବିକ, ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲ ୧୪ର ବଳକା ମ୍ୟାଚ୍‌ ଖେଳାଯିବ। ଏହି ନିଷ୍ପତ୍ତି ଏସଜିଏମ୍‌ ବୈଠକରେ ନିଆଯାଇଛି। ବୈଠକରେ ସମସ୍ତ ସଦସ୍ୟ ଆଇପିଏଲର ବଳକା ମ୍ୟାଚ୍‌ ଖେଳା ଯିବା ନିଷ୍ପତ୍ତି ଉପରେ ସହମତିି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.