Odisha Link
Bridging the Missing Links in Odisha

ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି

କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ

ଭୁବନେଶ୍ୱର: ବାତ୍ୟା ୟାସ୍ ଓ ବନ୍ୟାରେ ଓଡ଼ିଶରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଓ ବନ୍ୟାରେ  ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ଜଳ ସମ୍ପଦ ବିଭାଗର ମୋଟ ୮୭ କୋଟି ଟଙ୍କା କ୍ଷତି ହୋଇଛି।  କ୍ଷୟକ୍ଷତି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦିଆଯାଇଛି। ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଜଳପ୍ରକଳ୍ପ ଓ ଲୁଣାବନ୍ଧରେ ୬୯.୧୮ କୋଟି ଟଙ୍କା କ୍ଷତି ହୋଇଛି।  ଡ୍ରେନେଜରେ ୭.୬୬ ଓ ଉଠାଜଳସେଚନରେ ପ୍ରାୟ ୨.୬୩ କୋଟି ଟଙ୍କା କ୍ଷତି ହୋଇଛି। ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ମୋଟ ୭୭ଟି ଘାଇରୁ ଏବେ ସୁଦ୍ଧା ୩୫ଟି ଘାଇ ମରାମତି କରାଯାଇଛି।

ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ତେଣୁ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ।  ମୌସୁମୀ ବର୍ଷା ପୂର୍ବରୁ ସବୁ ମରାମତି ପାଇଁ ଲକ୍ଷ୍ୟ  ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.