Odisha Link
Bridging the Missing Links in Odisha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ। ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ଆଜି ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।  ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ସ୍ପଷ୍ଟ କରିଛନ୍ତି।

କରୋନା ପରବର୍ତ୍ତୀ ଜଟିଳତା ନେଇ ବିଜୟ ସାହୁ ଗୁରୁତର ଥିଲେ। ତେଣୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା। ତେବେ ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଚାଟାର୍ଡ ଆକାଉଣ୍ଟାଣ୍ଟଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲଲେ ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.