Odisha Link
Bridging the Missing Links in Odisha

ରାଜ୍ୟ ସରକାର ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଡିଏମଇଟି

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ, କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ। ତଥାପି ରାଜ୍ୟ ସରକାର ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି।

ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କୋରନା ସଂକ୍ରମଣ ହାର କମିଛି। ଆମେ ଆଶା କରିବା ଏହି ଧାରା ବଜାୟ ରହୁ। ବିଗତ ଦିନରେ ବଢିଥିବା କେସ ଯୋଗୁ ବର୍ତ୍ତମାନ ଡେଥ କେସ୍ ବଢୁଛି। ପୂର୍ବରୁ ମେଡ଼ିକାଲରେ ଆଡ଼ମିଟ ହୋଇଥିବା କିଛି କ୍ରିଟିକାଲ ପେସେଣ୍ଟର ଡେଥ୍ ହେଉଛି। ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି। ତେବେ ଅଧିକାଂଶ ସ୍ଥାନରେ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି। ତେବେ ଟିକା ଆଣିବା ପାଇଁ ସବୁଆଡ଼ୁ ଚେଷ୍ଟା କରୁଛୁ ଚେଷ୍ଟା ଭୁଲ ନୁହେଁ। ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ। ଗ୍ଲୋବାଲ ଟେଣ୍ଡର ଅର୍ଥ ନୁହେଁ ଆମେ ପାଇବୁ ବୋଲି ଗ୍ୟାରେଣ୍ଟି ରହିଛି। ବିଦେଶରୁ ଟିକା ଆଣିବାରେ ପୂର୍ବରୁ କଟକଣା ଥିଲା।   ଯେଉଁଥି ପାଇଁ ଆମେ ବିଫଳ ହୋଇଛୁ। ଏବେ କଟକଣା କୋହଳ ହେଲାଣି। ଏବେ ଆମ ପାଖର  ଟିକା ଆଣିବା ପାଇଁ ଆଉ ଏକ ସ୍କୋପ ଅଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.