Odisha Link
Bridging the Missing Links in Odisha

ବେଆଇନ ଔଷଧ କିଣିବା, ମହଜୁଦ କରିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ

ରିପୋର୍ଟ ଦାଖଲ କଲା ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ

ନୂଆଦିଲ୍ଲୀ: ବେଆଇନ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ମହଜୁଦ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ଏହି ମାମଲାର ପୁରା ଯାଞ୍ଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିବା ପରେ ଆଜି ନିଜର ରିପୋର୍ଟ ଦାଖଲ କରିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ।

ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କହିଛନ୍ତି, ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ୍ସ ଡିଲର ମାନଙ୍କ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଦିଲ୍ଲୀ ହାଇକୋର୍ଟଙ୍କୁ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି କି କେବଳ ଗୌତମ ଗମ୍ଭୀର ଫାଉଣ୍ଡେସନ ନୁହେଁ ଏହାସହ ଆପ୍ ବିଧାୟକ ପ୍ରବୀଣ କୁମାର ବି ଏଭଳି ମାମଲାରେ ଦୋଷୀ ଅଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଅଧିକ ତଦନ୍ତ ପାଇଁ ୬ ସପ୍ତାହ ସମୟ ଦେଇଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ହେବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, କରୋନା କାଳରେ ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ମାତ୍ରାଧିକ କୋଭିଡ ଔଷଧ ଫ୍ୟାବିଫ୍ଲୁ ମହଜୁଦ କରି ନିଜ କ୍ଷେତ୍ରର ଲୋକମାନଙ୍କୁ ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ଏଭଳି ଆଭିଯୋଗ ଆସିବା ପରେ କୋର୍ଟ ଏହି ମାମଲାର ଯାଂଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀକୁ ଦାୟିତ୍ୱ ଦେଇଥିଲା। ଯାହାର ଯାଂଚ କରି ଦିଲ୍ଲୀ ଡ୍ରଗ୍ସ କଣ୍ଟ୍ରୋଲର ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି।

Leave A Reply

Your email address will not be published.