Odisha Link
Bridging the Missing Links in Odisha

ନୀତି ଆୟୋଗର ବିକାଶ ସୂଚକାଙ୍କ ରିପୋର୍ଟ: ଶୀର୍ଷରେ କେରଳ, ଓଡ଼ିଶା…

ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ୧୭ଟି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପ୍ରଦର୍ଶନକୁ ଆକଳନ କରାଯାଇଛି। ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି।

ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର। ୨୮ଟି ରାଜ୍ୟର ତାଲିକାରେ ପ୍ରଥମ ସ୍ଥାନରେ ରହିଛି କେରଳ। ହିମାଚଳ ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ଦାରିଦ୍ର୍ୟ ଦୂରୀକରଣରେ ତାମିଲନାଡୁ ଓ ଦିଲ୍ଲୀରେ ପ୍ରଦର୍ଶନ ଭଲ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଗୁଜରାଟ ଭଲ ପ୍ରଦର୍ଶନ କରିଛନ୍ତି।

ସେହିପରି ରିପୋର୍ଟରେ ଓଡ଼ିଶା ୧୯ତମ ସ୍ଥାନରେ ରହିଛି। ୨୦୧୮ରେ ଓଡିଶା ୨୨ତମ ସ୍ଥାନରେ ରହିଥିବା ବେଳେ ୨୦୧୯ରେ ୧୫ ଓ ୨୦୨୦ରେ ୧୯ ସ୍ଥାନ ଅଧିକାର କରିଥିଲା। ସୂଚକାଙ୍କ ତାଲିକାରେ ସବୁଠାର ତଳେ ରହିଛି ବିହାର। ଝାଡ଼ଖଣ୍ଡର ସ୍ଥିତି ମଧ୍ୟ ଭଲ ନଥିବାରୁ ତାହା ବିହାର ଉପରେ ରହିଛି।

Leave A Reply

Your email address will not be published.