Odisha Link
Bridging the Missing Links in Odisha

ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର

ଗୁରୁଦାସପୁର: ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର। ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବଂ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଛି। ଗୁରୁଦାସପୁରରେ କଂଗ୍ରେସ ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଛି।

ପୋଷ୍ଟରରେ ଲେଖାଯାଇଛି ଯେ, ସନ୍ନି ଦେଓଲଙ୍କୁ ଯିଏ ପାଇବ ସେ ପଠାନକୋଟ ଜିଲ୍ଲା ଯୁବ କଂଗ୍ରେସ ସହ ଯୋଗାଯୋଗ କରିବ। ଏହାସହ ଆଉ ମଧ୍ୟ ଲେଖାଯାଇଛି ଯେ ସନ୍ନି ଦେଓଲଙ୍କୁ ଖୋଜି ବାହାର କରିଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପୁରସ୍କାର ମଧ୍ୟ ଦିଆଯିବ। ଏହା ପୂର୍ବରୁ ମଧ୍ୟ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଥିଲା।

ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନିଖୋଜ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା। ଏହି ପୋଷ୍ଟରରେ ସିଦ୍ଧୁଙ୍କ ଫଟୋ ସହ ନିଖୋଜଙ୍କ ସନ୍ଧାନ ବୋଲି ଲେଖାଯାଇଥିଲା। ଏହାସହ ସନ୍ଧାନକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.