Odisha Link
Bridging the Missing Links in Odisha

WTC ଫାଇନାଲ: ଇଂଲଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ, ବିରାଟ-ଶାସ୍ତ୍ରୀଙ୍କ ବାର୍ତ୍ତାଳପର ଅଡିଓ ଲିକ୍

ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ। ଜୁନ୍‌ ୧୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ଇଂଲଣ୍ଡର ସାଉଥ ହମ୍ପଟନ୍‌ରେ ଖେଳାଯିବ ଏହି ମହା ମୁକାବିଲା। ଏଥିପାଇଁ ୨ ତାରିଖ ରାତିରେ ବିରାଟ ବିଗ୍ରେଡ ମୁମ୍ବାଇରୁ ଇଂଲଣ୍ଡ ଗସ୍ତ କରିଛି। ଟିମ୍‌ ଇଣ୍ଡିଆ ଫାଇନାଲ ମୁକାବିଲା ଖେଳିବାପରେ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିିଥିଲେ।

ବିରାଟ ଓ ଶାସ୍ତ୍ରୀଙ୍କ ଏହି କନଫରେନ୍ସ ସମୟରେ ଏଭଳି କିଛି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ଜଣ କଥା ହେଉଥିବାର ଏକ ଭିଡିଓ ଏବେ ଲିକ୍‌ ହୋଇ ଭାଇରାଲ ହେଉଛି। କୋହଲି ଓ ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପ୍ରସ୍ତୁତି ନେଇ କିଛି ବାର୍ତ୍ତାଳପ କରିବାର ଶୁଣିବାକୁ ମିଳିଛି। କନଫରେନ୍ସ ପୂର୍ବରୁ ଉଭୟଙ୍କୁ ଜଣା ନଥିଲା ଯେ, ଲାଇଭ୍‌ ଅଛନ୍ତି ବୋଲି।

ଲିକ୍‌ ହେଉଥିବା ଭିଡିଓ ବିରାଟ କୋହଲି କହୁଛନ୍ତି ଯେ, ଆମେ ରାଉଣ୍ଡ ଦି ଓ୍ବିକେଟ ବୋଲିଂ କରିବା। କାରଣ ଲେଫ୍ଟ ହ୍ୟାଣ୍ଡର୍ସ ଅଛନ୍ତି। ଲାଲା ସିରାଜ ସମସ୍ତଙ୍କୁ ଆରମ୍ଭରୁ ହିଁ ଲଗାଇ ଦେବା। କୋହଲିଙ୍କ କଥାରେ ରବି ଶାସ୍ତ୍ରୀ ସହମତି ପ୍ରକାଶ କରି ହମ୍ମ କହିବାର ଶୁଣିବାକୁ ମିଳୁଛି। ହେଲେ ଏହି ଭାଇରାଲ ଭିଡିଓ ବିରାଟ-ଶାସ୍ତ୍ରୀଙ୍କ ବାର୍ତ୍ତାଳପ ନା ନାଇଁ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଭାଇରାଲ ଭିଡିଓ ଦୀପକ_୧୭ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ପୋଷ୍ଟ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇଂଲଣ୍ଡ ଗସ୍ତ ପୂର୍ବରୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରକାଶ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅବଶ୍ୟ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ ଖେଳି ମ୍ୟାଚ୍‌ ଅଭ୍ୟାସ ସୁଯୋଗ ପାଇଛି। ହେଲେ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଗସ୍ତ କରୁଛୁ ।ସବୁ ପ୍ରସ୍ତୁତି ମାନସିକତା ଉପରେ ନିର୍ଭର କରିଥାଏ। ଆମେ ଯୋଜନା ପ୍ରସ୍ତୁତ କରିଛୁ।

ସେ ଆହୁରି କହିଛନ୍ତି ଯେ, ଇଂଲଣ୍ଡରେ ପହଞ୍ଚିଲେ ଯୋଜନା ଅନୁଯାୟୀ ଅଭ୍ୟାସ କରିବୁ। ଦଳର ପ୍ରତ୍ୟେକ ଖେଳାଳି ଫିଟ୍‌ ଅଛନ୍ତି। ବ୍ୟକ୍ତିଗତ ଭାବେ ମୁଁ କୌଣସି ଚାପରେ ନାହିଁ। ମ୍ୟାଚର ପ୍ରତିଟି ମୁହୂର୍ତ୍ତର ଆନନ୍ଦ ଉଠାଇବାକୁ ଲକ୍ଷ୍ୟ ରଖିଛି ବୋଲି ବିରାଟ କହିଛନ୍ତି।

ଇଂଲଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ।

Leave A Reply

Your email address will not be published.