Odisha Link
Bridging the Missing Links in Odisha

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଭୋଲଟେଜ୍ ଡ୍ରାମା, ହାତଗଣ୍ଠି ପାଇଁ ହାତାହାତି

ତୋତେ ମୁଁ ଛାଡିବିନି…ତୁ ମୋତେ ବାହା ହଅ। ପ୍ରେମ କରୁଛୁ ମାନେ ମୋତେ ଘରକୁ ନେଇ ଯା...

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଭୋଲଟେଜ୍ ଡ୍ରାମା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ ଧରିବା ପରେ ରାଜଧାନୀ ଆଇ. ଜି. ପାର୍କରେ ଶୁକ୍ରବାର ଦେଖିବାକୁ ମିଳିଛି ହାଇଡ୍ରାମା। ଯୁବତୀ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍‌ ଧରି ବସିଛନ୍ତି।

ମୋର ଘର ଲୋକ କଣ ତୁମକୁ କହିଥିଲେ…କାହାକୁ ଡକାକଡି ନାହିଁ ଫୁଲମାଳ ନେଇକି ଆସ ବାହା ହେଇଯିବି… ଯେମିତି ରଖିବା କଥା ସେମିତି ରଖିବି…ମୋତେ କହିବୁନି ଯେ, ମୋତେ ସସମ୍ମାନେ ଭଲ ପାଆ। ଗଣ୍ଡେ ଖାଇବାକୁ ଦେବି ଆଉ ରୁମଟେ ଦେଇ କି ଦୁଇ ତିନି ଖଣ୍ଡ କପଡା ଦେଇ ପାରିବି। ମୋତେ ଛାଡିବୁନି ନା କଣ…। ତୋତେ ମୁଁ ଛାଡିବିନି…ତୁ ମୋତେ ବାହା ହଅ। ପ୍ରେମ କରୁଛୁ ମାନେ ମୋତେ ଘରକୁ ନେଇ ଯା। ମୁଁ ତୋତେ ବୁଲେଟ୍ ଦେବି… ଯାହା ମାଗିବୁ ତାହା ଦେବି…କିନ୍ତୁ ମୋତେ ଘରକୁ ନେଇ ଯାଆ।

ସୂଚନା ମୁତାବକ, ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ ଇନ ରିଲେସନସିପରେ ଭୁବନେଶ୍ୱର ରହୁଥିଲେ। ପ୍ରେମିକ ଜଣକ ରାଉରକେଲାର ରଞ୍ଜିତ ନାୟକ ଏବଂ ପ୍ରେମିକା ହେଉଛି ଭୁବନେଶ୍ୱରର। ରଞ୍ଜିତ ଯୁବତୀ ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଧରା ଛୁଆଁ ଦେଇ ନଥିଲେ|

ପ୍ରେମିକା ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ। ପ୍ରେମିକ ଫୋନ ନ ଉଠାଇବା ସହ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲା ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଞ୍ଚିଥିଲେ। ଗତକାଲି ଉଭୟ ଦୁଇ ଜଣ ଭୁବନେଶ୍ୱର ଆସିଥିଲେ, ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପେଣ୍ଟ ପକେଟକୁ ଜାବୁଡି ଧରିଥିଲେ। ଏପରିକି ଏହି ସମୟରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ସହ ହାତାହତି ହୋଇଥିଲା।

କାହିଁକି ବାହା ହେବନି ବୋଲି ପ୍ରଶ୍ନ କରିବାରୁ ଯୁବକ ଜଣକ କହିଥିଲେ ସେ ଆଗ ଛାଡ଼ପତ୍ର ଦେଉ ତା’ପରେ ବାହା ହେବି। ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣାପଡ଼ିଛି। ପ୍ରେମୀ ଯୁଗଳ ହାଇଡ୍ରାମା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଶେଷରେ ପୋଲିସ ଖବର ପାଇ ପହଞ୍ଚିବା ପରେ ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚରା କରୁଛି।

Leave A Reply

Your email address will not be published.