Odisha Link
Bridging the Missing Links in Odisha

ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଗିରଫ। ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଆଜି ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ବେଲରେ ଜେଲରୁ ଆସିଥିଲା। ଅଭିଯୁକ୍ତ ବିରୋଧରେ ପୂର୍ବରୁ ଥାନାରେ ଅନେକ ମାମଲା ମାମଲା ରହିଛି। ବର୍ତ୍ତମାନ ସିନିୟର ଅଫିସରମାନେ ଥାନାରେ ଅଭିଯୁକ୍ତକୁ ପଚରାଉଚରା କରୁଛନ୍ତି।

ଏହା ପୂର୍ବରୁ ମଧ୍ୟ ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ୨୦୨୦ ମସିହା ନଭେମ୍ବର ମାସରେ ଦିଲ୍ଲୀ ପୋଲିସକୁ ଏପରି ଏକ କଲ୍ ଆସିଥିଲା। ଅଭିଯୁକ୍ତ ଜଣକ ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଫୋନ୍ ଆସିବା ମାତ୍ରେ ପୋଲିସ ସଜାଗ ହେବା ସହ ଅଭିଯୁକ୍ତକୁ ଘରୁ ଉଠାଇ ଆଣିଥିଲେ। ନିଶାରେ ଥାଇ ଏପରି କରିଥିବା ଅଭିଯୁକ୍ତ ଜଣକ ପୋଲିସକୁ କହିଥିଲା।

ସେହିପରି ୨୦୨୦ ମସିହା ଅଗଷ୍ଟରେ ନୋଏଡା ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ୧୦୦କୁ ଫୋନ୍ କରି ମୋଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ନୋଏଡାର ମମୁରାରୁ ଅଭିଯୁକ୍ତ ଜଣକ ନିଶଗ୍ରସ୍ତ ଅବସ୍ଥାରେ ପୋଲିସକୁ ଫୋନ କରିଥିବା କହିଥିଲା।

Leave A Reply

Your email address will not be published.