Odisha Link
Bridging the Missing Links in Odisha

ଶିଶୁଙ୍କୁ ଦିଆଯିବ ଫାଇଜର ଟିକା: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଛି। ମାତ୍ର କରୋନାର ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଆମେରିକାର ଟିକା ପ୍ରସ୍ତୁତ କାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ-୧୯ ଟିକା ଫାଇଜରକୁ ଶିଶୁମାନଙ୍କ ଠାରେ ଦିଆଯାଉଛି। ଭାରତରେ ଶିଶୁ ମାନଙ୍କୁ ବି ଫାଇଜର ଟିକା ଦିଆଯିବ।

ଅନ୍ୟପଟେ ଫାଇଜର ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି ଗତ ବୁଧବାର କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ସେହି ସବୁ ଟିକାକୁ ଭାରତରେ ସ୍ଥାନୀୟ ପରୀକ୍ଷଣ ବିନା ବ୍ୟବହାର ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ଆଧାରରେ ଗୁଲେରିଆ କହିଛନ୍ତି କି ଖୁବ୍ ଶୀଘ୍ର ଭାରତରେ ଶିଶୁ ଓ ବୟସ୍କ ଲୋକଙ୍କ ପାଇଁ ଫାଇଜର ଟିକା ବ୍ୟବହାର ହେବାକୁ ଯାଉଛି।

Leave A Reply

Your email address will not be published.