Odisha Link
Bridging the Missing Links in Odisha

ୟୁ-ଟ୍ୟୁବରେ ହେବ ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର: ପାଖେଇ ଆସୁଛି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା। ମାତ୍ର ରାଜ୍ୟରେ କରୋନା ମହାମାରୀ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ସବୁ ପରମ୍ପରାର ସିଧାପ୍ରସାରଣ ହେବ। କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ସାରା ବିଶ୍ୱର ଭକ୍ତମାନେ ରଥଯାତ୍ରା ଦେଖିପାରିବେ।

ଜୁନ୍ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ ୟୁଟ୍ୟୁବରେ ହେବ। ଏଥିସହ ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ ହେବ। ୨୩ରେ ନୀଳାଦ୍ରି ବିଜେର ସିଧାପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ।

Leave A Reply

Your email address will not be published.