Odisha Link
Bridging the Missing Links in Odisha

କରୋନା ରୋକିବାକୁ ପାରା ଓ ବିଲେଇଙ୍କୁ ମାରିବାକୁ ନିଷ୍ପତ୍ତି: କିମ୍ ଜୋଙ୍ଗ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଏହାକୁ ରୋକିବାକୁ ଉତ୍ତର କୋରିଆରେ ଅଜବ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତାନାଶାହ କିମ୍ ଜୋଙ୍ଗ୍ ଉନ୍ ସମସ୍ତ ପାରା ଓ ବିଲେଇଙ୍କୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି। ପାରା ଓ ବିଲେଇ ଚୀନ ସୀମା ଦେଇ କରୋନା ଭାଇରସ ବିସ୍ତାର କରିଥିବା ସେ ଆଶଙ୍କା କରିଛନ୍ତି।

ସୂଚନା ମୁତାବକ, ଉତ୍ତର କୋରିଆରେ କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଅନେକ ଉପାୟ ଘୋଷଣା କରାଯାଇଛି। ଏହି ଉପାୟମାନଙ୍କ ମଧ୍ୟରୁ ଗୋଟିଏ ହେଲା ବିଲେଇଙ୍କୁ ହତ୍ୟା କରିବା। ଚୀନ ସୀମାରୁ ଦେଶକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମସ୍ତ ପକ୍ଷୀ, ବିଲେଇଙ୍କୁ ଗୁଳି କରି ହତ୍ୟା କରିବାକୁ ଆଦେଶ ଦିଆଯାଇଛି।

ନିକଟରେ ସୀମା ନିକଟସ୍ଥ ହେସନର ଏକ ପରିବାରକୁ ଦଣ୍ଡିତ କରାଯାଇଥିଲା। ନିଜ ଘରେ ବିଲେଇ ପୋଷିଥିବାରୁ ଆଇସୋଲେସନ ସେଣ୍ଟରରେ ୨୦ ଦିନ ରଖାଯାଇଥିଲା। ସୀମା ନିକଟସ୍ଥ ସହରମାନଙ୍କରେ ଅଧିକାରୀ ବିଲେଇ ଓ ପକ୍ଷୀମାନଙ୍କୁ ଗୁଳି କରି ହତ୍ୟା କରିବା ସହ ବିଲେଇ ଓ ତାଙ୍କ ମାଲିକମାନଙ୍କୁ ଖୋଜୁଛନ୍ତି। କୋରିଆ ଅଧିକାରୀ ପଶୁପକ୍ଷୀଙ୍କୁ ମାରିବାକୁ ସ୍ଥାନୀୟ ଲୋକଙ୍କ ଉପରେ ଚାପ ପକାଉଛନ୍ତି।

୩୭ ବର୍ଷୀୟ ତାନାଶାହ କିମ ଜୋଙ୍ଗ ସନ୍ଦେହ କରିଛନ୍ତି ଯେ, ଏହି ପଶୁପକ୍ଷୀ ଚୀନ ସୀମା ଜରିଆରେ ଘାତକ କରୋନା ଭାଇରସ ଆଣୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ କୋରିଆ ନାଗରିକ ଏହି ଆଦେଶକୁ ଅଯୁକ୍ତିଯୁକ୍ତ ବୋଲି କହିଛନ୍ତି। ଅନ୍ୟପଟେ କୋଭିଡ -୧୯ ଟିକା ଅଧିକ ଷ୍ଟକ୍ ରଖି ଉତ୍ତର କୋରିଆ କେତେକ ଦେଶକୁ କଡ଼ା ସମାଲୋଚନା କରିଛି। କୋରିଆ ପ୍ରଶାସନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ସମଗ୍ର ବିଶ୍ୱରେ ନିରପେକ୍ଷ ଭାବେ କୋଭିଡ -୧୯ ଟିକା ବଣ୍ଟନ କରିବାରେ ସାହାଯ୍ୟ କରିବାକୁ କହିଛି।

Leave A Reply

Your email address will not be published.