Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ

ମୁମ୍ବାଇ: ବିବାହ ବନ୍ଧନରେ ହେଲେ ବଲିଉଡ ଅଭିନେତ୍ରୀ ୟାମି ଗୌତମ। ଲକଡାଉନ୍‌ରେ ଗୋପନରେ ବିବାହ କରିଛନ୍ତି ୟାମି। ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବହୁ ଦିନର ସାଙ୍ଗକୁ କଲେ ଜୀବନସାଥୀ। ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି। ବୈଦିକ ରତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି।

https://www.instagram.com/yamigautam/?utm_source=ig_embed&ig_rid=20b23f6b-1d09-4c7f-8dbc-ccdc9da3c24d

ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରି ନିଜେ ୟାମି ନିଜ ବିବାହର ସୂଚନା ଦେଇଛନ୍ତି। ଏଥିସହ ବୈବାହିକ ଜୀବନ ସୁଖମୟ ହେବା ପାଇଁ ସେ ନିଜ ଫ୍ୟାନ୍‌ମାନଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି।

ୟାମି ବଲିଉଡରେ ‘ବିକି ଡୋନର’ ଫିଲ୍ମରୁ ଡେବ୍ୟୁ କରିଥିବା ବେଳେ ‘ଉରି’, ‘କାବିଲ’, ‘ସନମ୍ ରେ’, ‘ବାଲା’, ‘ବଦ୍‌ଲାପୁର’, ‘ଆକ୍ସନ ଜ୍ୟାକ୍‌ସନ୍‌’, ‘ସରକାର-୩’, ‘ଗିନି ୱେଡସ୍ ସନ୍ନି’, ‘ଜୁନିନିୟତ୍‌’, ‘ବତି ଗୁଲ୍ ମିଟର ଚାଲୁ’ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ବଲିଉଡ ବ୍ୟତୀତ ସେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ନିଜ ଅଭିନୟ କରିଛନ୍ତି।

Leave A Reply

Your email address will not be published.