Odisha Link
Bridging the Missing Links in Odisha

ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ, ଉଦ୍‌ଘାଟନକୁ ନେଇ ଝାମେଲା

ଢେଙ୍କାନାଳ: ମୁହାଁମୁହିଁ ହେଲେ ବିଜେଡି ନେତା। କରୋନା କାଳରେ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି। କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନ ନେଇ ବିଜେଡିର ୨ ନେତା ଢେଙ୍କାନାଳ ସାଂସଦ ଓ ପାଲଲହଡ଼ା ବିଧାୟକ ମୁହାଁମୁହିଁ। ସାଂସଦ ପହଞ୍ଚିବା ପୂର୍ବରୁ ବିଧାୟକ ଉଦ୍‌ଘାଟନ କରି ଦେବାରୁ ଝାମେଲା ହୋଇଛି।

ଏମିତିକି ସର୍ବସମ୍ମୁଖରେ ସାଂସଦ ଶ୍ରୀ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ। ଏହାକୁ ନେଇ ବିଧାୟକ ଓ ଉପସ୍ଥିତ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ପାଟିତୁଣ୍ଡ କରିବା ସହ ସାଂସଦଙ୍କୁ ବିରୋଧ କରିଥିଲେ।
ତେବେ ସେ କିଛି ଖରାପ କଥା କହିନାହାନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି।

ସାଂସଦ ପହଞ୍ଚିବା ପୂର୍ବରୁ ବିଧାୟକ ଫିତା କାଟିଥିବା ସମ୍ପର୍କରେ ତାଙ୍କୁ ପଚାରିଥିଲି। ବିରୋଧୀଙ୍କ ତୁମ୍ବିତୋଫାନ ବେଳେ ଏଭଳି ରାଜନୀତି କାହିଁକି ବୋଲି କହିଥିଲି ବୋଲି ଶ୍ରୀ ସାହୁ କହିଛନ୍ତି।