Odisha Link
Bridging the Missing Links in Odisha

ଟ୍ରମ୍ପଙ୍କୁ ଆଉ ଏକ ଝଟକା, ୨୦୨୩ ଯାଏଁ ଆକାଉଣ୍ଟ ସସ୍ପେଣ୍ଡ କଲା ଫେସବୁକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ପୂର୍ବରୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟର ଟ୍ରମ୍ପଙ୍କୁ ଝଟକା ଦେଇଥିବା ବେଳେ ଏବେ ଫେସବୁକ୍‌ ମଧ୍ୟ ତାଙ୍କ ବିରୋଧରେ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ଫେସବୁକ୍‌ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ବ୍ୟାନ କରିଛି। ଯାହାଫଳରେ ୨୦୨୩ ପର୍ଯ୍ୟନ୍ତ ଟ୍ରମ୍ପ ଫେସବୁକ୍‌ ବ୍ୟବହାର କରି ପାରିବେ ନାହିଁ।

ୱାଶିଂଟନରେ ୬ ଜାନୁଆରୀରେ ସଂସଦ ଭବନରେ ହିଂସା ସୃଷ୍ଟି କରିଥିବା କାରଣରୁ ଫେସବୁକ ଚାରିମାସ ପୂର୍ବରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ ରଖିଥିଲା। ଜାନୁଆରୀ ୭ରେ ପ୍ରଥମ ଥର ପାଇଁ ରାଜଧାନୀରେ ଦଙ୍ଗା ହୋଇଥିବା ବେଳେ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ଫେସବୁକର ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ କମିଯିବା ପରେ ହିଁ ଏହି ପ୍ରତିବନ୍ଧକ ହଟାଯିବ।

ଅପରପକ୍ଷେ ଟ୍ରମ୍ପ୍‌ କହିଛନ୍ତି ଯେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ତାଙ୍କୁ ଭୋଟ୍ ଦେଇଥିବା ୭୫ ମିଲିୟନ ଲୋକଙ୍କ ପ୍ରତି ଫେସବୁକର ଏହି ନିଷ୍ପତ୍ତି ଏକ ଅସମ୍ମାନ। ଆମକୁ ସେନ୍ସର ଏବଂ ଚୁପ୍ କରିବା ପାଇଁ ଫେସବୁକ୍ ଏସବୁ କରିବା ଉଚିତ୍ ନୁହେଁ। ଶେଷରେ ବିଜୟ ଆମର ହେବ ବୋଲି ଟ୍ରମ୍ପ କହିଛନ୍ତି।

Leave A Reply

Your email address will not be published.