Odisha Link
Bridging the Missing Links in Odisha

ମେ ମାସରେ କମିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ କରିଥିବା ବେଳ ମେ’ ମାସରେ ଜିଏସଟି ରାଜସ୍ୱ ୧ ଲକ୍ଷ ୨ ହଜାର କୋଟିକୁ ହ୍ରାସ ପାଇଛି। କରୋନା ମହାମାରୀର ୨ୟ ଲହର କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ କରାଯ଼ାଇଥିବାରୁ ବ୍ୟବସାୟ କାରବାର ପ୍ରଭାବିତ ହୋଇଛି।

ମେ’ ମାସରେ ୧,୦୨,୭୦୯ କୋଟି ସଂଗ୍ରହ ହୋଇଛି। ଏଥିରେ କେନ୍ଦ୍ରୀୟ ଜିଏସଟି(ସଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଲେ ରାଜ୍ୟଗୁଡିକରୁ ଜିଏସଟି(ଏସଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସବୁଠୁ ଅଧିକ ରହିଛି ଇଣ୍ଟିଗ୍ରେଟେଡ୍ ଜିଏସଟି ସଂଗ୍ରହ। ଏଥିରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ ହୋଇ ପାରିଛି। ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ମେ ମାସର ଜିଏସଟି ସଂଗ୍ରହ ଏପ୍ରିଲ ତୂଳନାରେ କମ ରହିଛି। ଏପ୍ରିଲ ମାସରେ ୧,୪୧,୩୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲ।। ସେହି ପରି ମାର୍ଚ୍ଚ ମାସରେ ୧,୨୩,୦୦୦ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା।

Leave A Reply

Your email address will not be published.