Odisha Link
Bridging the Missing Links in Odisha

ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କରିପାରନ୍ତି ବିବାହ!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଉରି ଫେମ୍‌ ଭିକ୍କି କୌଶଲ ନିଜ ସମ୍ପର୍କକୁ ଚର୍ଚ୍ଚାରେ ରହି ଆସୁଛନ୍ତି। ଏହି ଦୁଇ ଆକ୍ଟର ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି। ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା କୁହାଯାଉଛି। ଏନେଇ ଦୁଇ ଜଣ ଉଭୟଙ୍କ ସମ୍ପର୍କକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି।

ସୂଚନା ମୁତାବକ, ଭିକ୍କି ଏବଂ କ୍ୟାଟ୍ରିନା ପରସ୍ପର ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଉଭୟ ସୋସିଅଲ ମିଡିଆରେ ଏହାର ସୂଚନା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। କିନ୍ତୁ ଭାବିଚିନ୍ତି ଘୋଷଣା କରିବାକୁ ଭିକ୍କିଙ୍କ ବାପା ତାଙ୍କୁ କହିଛନ୍ତି।

ଅନ୍ୟପଟେ ଦୀର୍ଘଦିନ ଧରି ଉଭୟଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଉଭୟଙ୍କୁ ପରସ୍ପରର ପରିବାର ସହିତ ନୂଆବର୍ଷ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.