Odisha Link
Bridging the Missing Links in Odisha

ରାଜଧାନୀରେ ସୋମବାରଠୁ ଯୁଗ୍ମ ଅଯୁଗ୍ମ ଆଧାରରେ ଖୋଲିବ ବଜାର

୫୦% ଯାତ୍ରୀଙ୍କୁ ନେଇ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଗତ ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ‘ଲକ୍‌ଡାଉନ୍‌’ ଜାରି ହୋଇଥିବା ବେଳେ ଏବେ ବଳବତ୍ତର କେତେକ କଟକଣା କୋହଳ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି ପାରିବ ବୋଲି ସେ କହିଛନ୍ତି।

ଏଥିସହ ରାଜଧାନୀ ସବୁ ମଲ୍‌ ବି ଖୋଲିବ ପାରିବେ ବ୍ୟବସାୟୀ। ମାତ୍ର ଯୁଗ୍ମ ଅଯୁଗ୍ମ ଗାଇଡ୍‌ଲାଇନରେ ବଜାର ଖୋଲିବ। ସେହିଭଳି ଦୂରଛଡ଼ା ହୋଇ ରହିଥିବା ଦୋକାନ ସବୁ ଦୈନିକ ଖୋଲି ପାରିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ୫୦% କର୍ମଚାରୀଙ୍କୁ ନେଇ ଘରୋଇ ଅଫିସ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସରକାରୀ ଅଫିସ୍‌ ସବୁ ୧୦୦% ‘ଗ୍ରୁପ୍‌ ଏ’ ଏବଂ ୫୦% ‘ଗ୍ରୁପ୍‌ ବି’ କର୍ମଚା‌ରୀମାନଙ୍କୁ ନେଇ କାର୍ଯ୍ୟ କରିପାରିବେ। ଏଥିସହ ୫୦% ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

କରୋନାର ତୃତୀୟ ପ୍ରବାହ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍-୧୯ର ପରବର୍ତ୍ତୀ ପ୍ରବାହର ମୁକାବିଲା ନିମନ୍ତେ ଦିଲ୍ଲୀ ପ୍ରସ୍ତୁତ ଅଛି। କୋଭିଡ୍‌-୧୯ ତୃତୀୟ ପ୍ରବାହ ମୁକାବିଲା ନିମନ୍ତେ ୪୨୦ ଟନ୍‌ ଅମ୍ଳଜାନ ଷ୍ଟୋରେଜ୍ କ୍ୟାପାସିଟି ପ୍ରସ୍ତୁତି ହେଉଛି। ତୃତୀୟ ପ୍ରବାହରେ ପିଲାମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ‘ପେଡିଆଟ୍ରିକ୍‌ ଟାସ୍କ୍‌ ଫୋର୍ସ’ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.