Odisha Link
Bridging the Missing Links in Odisha

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜେଲ ଗଲେ ପର୍ଲ ପୁରୀ

ମୁମ୍ବାଇ: ଜେଲ ଗଲେ ଟେଲି ଅଭିନେତା ପର୍ଲ ପୁରୀ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ଦୁଷ୍କର୍ମ ନେଇ ଅଭିନେତା ପର୍ଲ ପୁରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଗତ ଶୁକ୍ରବାର ଏକ ଅଭିଯୋଗ ହୋଇଥିଲା। ପରେ ୱାଲିଭ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଅଭିଯୋଗରେ ସତ୍ୟତା ରହିଥିବା ଜଣାପଡ଼ିବା ପରେ ପୁଲିସ୍‌ ଅଭିନେତା ପର୍ଲ ପୁରୀଙ୍କୁ ଗିରଫ କରିଥିଲା।

ଗିରଫ ପୁରୀଙ୍କ ବିରୋଧରେ ପୋକସୋ ଆଇନ ଓ ଆଇପିସିର ୩୭୬ ଧାରାରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା।

କୋର୍ଟରେ ବିଚାରପତି ଅଭିନେତା ପର୍ଲ ପୁରୀଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ବୋଲି ଡିସିପି ଜୋନ୍‌-୨ ସଞ୍ଜୟ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।