Odisha Link
Bridging the Missing Links in Odisha

ବିଶ୍ୱ ପରିବେଶ ଦିବସରେ ଚାରା ରୋପଣ କରି ସଚେତନତାର ବାର୍ତ୍ତା ଦେଲା କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସଟି ବିଭାଗ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସଟି ବିଭାଗ, ଭୁବନେଶ୍ୱର ଜୋନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ଭୁବନେଶ୍ୱର ଜୋନର ପ୍ରିନ୍ସିପାଲ କମିଶନର ବିଜୟ କୁମାର କରଙ୍କ ତତ୍ଵାବଧାନରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କହିଥିଲେ କି, ଆଜିର ଦିନରେ ପରିବେଶର ସୁରକ୍ଷା କରିବା ଆମ ପାଇଁ ସବୁଠୁ ବଡ ଆହ୍ୱାନ। ଆଗାମୀ ଦିନରେ ବିଶ୍ୱ ସାମ୍ନା କରିବାକୁ ଯାଉଥିବା ବଡ଼ ସଙ୍କଟ ଭିତରୁ ପରିବେଶ ଅସନ୍ତୁଳିତ ଅନ୍ୟତମ। ତେଣୁ ଆମକୁ ଏବେଠୁ ସଚେତନତା ମାଧ୍ୟମରେ ଲୋକଙ୍କୁ ସତର୍କ କରିବା ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିସି ଅନୁରାଧା ମିଶ୍ର, ଗୋପାଳକୃଷ୍ଣ ପତି, କୈଳାଶ ଶର୍ମା ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.