Odisha Link
Bridging the Missing Links in Odisha

ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା। ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଦେଶକୁ ପାଠ ପଢ଼ିବାକୁ ଯିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ।

ଭୁବନେଶ୍ୱର ମହାନଗର ନିଗମର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁବିଧା କରାଯିବ। ପାଠପଢ଼ା ପାଇଁ ଯେଉଁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସାମନା କରୁଛନ୍ତି ସେମାନଙ୍କର ସହଯୋଗ କରିବା ପାଇଁ ଆଗୁଆ ଟିକାର ବ୍ୟବସ୍ଥା କରାଯିବ। କାରଣ ଟିକା ନେଇ ନ ନେଇଥିବା ବ୍ୟକ୍ତିଙ୍କ ପାଇଁ ବିଦେଶ ଯାତ୍ରାର ଅନୁମତି ନାହିଁ। ତେଣୁ ଏହିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣର ବ୍ୟବସ୍ଥା ଆସନ୍ତାକାଲିଠାରୁ କରାଯିବ।

ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ୧୯୨୯ ନମ୍ବରକୁ କଲ୍ କରି ରେଜିଷ୍ଟ୍ରେସନ୍ କରିପାରିବେ। ରେଜିଷ୍ଟ୍ରେସନ୍ ପରେ ସେମାନଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.