Odisha Link
Bridging the Missing Links in Odisha

ରାଜନୀତିରେ ପାଦ ଥାପିବେ କି ସଞ୍ଜୟ ଦତ୍ତ?

ନାଗପୁର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ସଞ୍ଜୟ ଦତ୍ତଙ୍କ ଫଟୋ। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ଏପରିକି ରାଜନୀତିରେ ପାଦ ଥାପିବେ କି ସଞ୍ଜୁ ବାବା? ଏନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଏଭଳି ଚର୍ଚ୍ଚା କାହିଁକି ହେଉଛି ତେବେ ଜାଣନ୍ତୁ।

ଶନିବାର ଦିନ ନାଗପୁରରେ ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି। ସେ ଗଡ଼କରୀଙ୍କୁ ସାକ୍ଷାତ କରିବା ସହ ପାଦ ଛୁଇଁ ଆଶିର୍ବାଦ ନେଉଥିବାର ମଧ୍ୟ ଦେଖାଯାଇଛି। ପରେ ଗଡ଼କରୀଙ୍କ ଘରେ ଥିବା ଠାକୁରଙ୍କ ମୂର୍ତ୍ତୀ ଆଗରେ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସବୁଠୁ ବଡ଼କଥା ହେଲା ସଞ୍ଜୟ ଦତ୍ତଙ୍କ ଏହି ଗସ୍ତ ବିଷୟରେ କିଛି ତଥ୍ୟ ସାମ୍ନାକୁ ଆସିନାହିଁ।

ନୀତିନ୍‌ ଗଡ଼କରୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନୀତିନ ରାଉତଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ସେ ତାଙ୍କ ପୁଅ ଓ ବୋହୂଙ୍କୁ ଭେଟି ଥିଲେ। ଫେବୃଆରୀ ମାସରେ ଶ୍ରୀ ରାଉତଙ୍କ ପୁଅର ବାହାଘର ହୋଇଥିଲା। ପରେ ସଞ୍ଜୟ ଦତ୍ତ ଶନିବାର ରାତିରେହିଁ ମୁମ୍ବାଇ ଫେରି ଆସିଥିଲେ। କଂଗ୍ରେସ ପ୍ରବକ୍ତା ସଞ୍ଜୟ ଦୁବେ ଏନେଇ ସୂଚନା ଦେଇଥିଲେ।

ଏହାପୂର୍ବରୁ ସଞ୍ଜୟ ଦତ୍ତ ୨୦୧୯ ମସିହାରେ ନୀତିନ୍‌ ଗଡ଼କରୀଙ୍କୁ ସାକ୍ଷାତ କରିବା ତାଙ୍କ ବାସଭବନକୁ ଯାଇଥିଲେ। ସେହି ସମୟରେ ନିର୍ବାଚନ ମାହୋଲ ଥିଲା। ଆଉ ସେତେବେଳେ ସଞ୍ଜୟ ଦତ୍ତ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ସେତେବେଳେ ହିଁ ସଞ୍ଜୟ ଦତ୍ତ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ସ୍ପଷ୍ଟ କହିଥିଲେ।

Leave A Reply

Your email address will not be published.