Odisha Link
Bridging the Missing Links in Odisha

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଆ ପୁଅ କ୍ରିଷ୍ଣା ଡିକେ

ଗଞ୍ଜାମ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଶା ପୁଅ କ୍ରିଷ୍ଣା ଡିକେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସ୍ଥିତ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ କିଛି ନା କିଛି ନିଆରା କାମ କରି ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଇ ଆସିଛନ୍ତି। ଏଥିସହ ଚଳଚ୍ଚିତ୍ରକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ଵ।

ସେ ନିର୍ମାଣ କରିଥିବା ସବୁ ଚଳଚ୍ଚିତ୍ରର ନାମ ସ୍ୱତନ୍ତ୍ର ଧରଣର ହୋଇଥିବା ଯୋଗୁଁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇପାରିଛନ୍ତି। ୬ଟି କ୍ଷୁଦ୍ର ଚଳଚ୍ଚିତ୍ରର ଟାଇଟଲର ପ୍ରଥମ ଅକ୍ଷର ‘ଅ’କୁ ନେଇ ନାମ କରଣ କରାଯାଇଥିଲା। ଯେପରିକି ଅନ୍ତଃସ୍ୱର, ଅସବର୍ଣ୍ଣ, ଅଭିଳାଷ, ଅଭିପ୍ସା, ଅନୁରାଗ, ଅନନ୍ୟା। ସବୁ ଚଳଚ୍ଚିତ୍ର ଗୁଡ଼ିକ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳିକାଟୁରେ ପ୍ରସ୍ତୁତ କରାଯାଇଛି। ସବୁ ଚଳଚ୍ଚିତ୍ର ମଧ୍ୟରୁ ଅଭିଳାଷ ଏବଂ ଅଭିପ୍ସା ଚଳଚ୍ଚିତ୍ର ବେଶ୍ ନିଆରା। ଯାହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ।

ଏହି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ପାଇଁ ଆଜି ଓଡ଼ିଶା ତଥା ଭାରତ ସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇ ପାରିଛନ୍ତି କ୍ରିଷ୍ଣା ଡିକେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ହାସଲ କରିବା ପାଇଁ ବହୁ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟ ହାତ ରହିଛି ବୋଲି କିଷ୍ଣା କହିଛନ୍ତି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଁ ସେ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ। ଚଳଚ୍ଚିତ୍ର ତଥ୍ୟ ସଂଗ୍ରହ କରିବା ପାଇଁ ଇ.ସଞ୍ଚିତା ପାତ୍ର, କାଜଲ ବେହେରା ଓ ରଶ୍ମି ପାଢୀ ଦୀର୍ଘ ୩ ମାସ କାର୍ଯ୍ୟକାରୀ କରିଛନ୍ତି।

ଅସବର୍ଣ୍ଣ ଏବଂ ଅନନ୍ୟା ଚଳଚ୍ଚିତ୍ରର କାହାଣୀ ପ୍ରିୟମ୍ବଦା ପଟ୍ଟନାୟକ ଲେଖିଥିଲେ ଏବଂ ଅଭିପ୍ସା ଚଳଚ୍ଚିତ୍ରର କାହାଣୀ ସନ୍ନ୍ୟାସୀ ମହାରଣା ଲେଖିଥିଲେ। ଏହି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ପାଇଁ ସଂପୂର୍ଣ୍ଣ ସହଯୋଗ ସନ୍ନ୍ୟାସୀ ମହାରଣା, ଅରୁଣ ସାହୁ, ସୋମନାଥ ଏବଂ ହିଞ୍ଜିଳିକାଟୁ ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନରଞ୍ଜନ ସାହୁ ଓ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କର ପ୍ରମୁଖ ଅବଦାନ ରହିଛି।

Leave A Reply

Your email address will not be published.