Odisha Link
Bridging the Missing Links in Odisha

ମମତାଙ୍କୁ ହରାଇଥିବା ଶୁଭେନ୍ଦୁଙ୍କ ନାଁରେ ଚୋରି ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଥିସହିତ ତାଙ୍କ ଭାଇ ସୋମେନ୍ଦୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା କାନ୍ତି ମୁନସିପାଲଟିକୁ ଆସିଥିବା ରିଲିଫ ସାମଗ୍ରୀ ହଡପ କରିଥିବା ଅଭିଯୋଗରେ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅଭିଯୋଗ ମୁତାବିକ ମେ’ ୨୯ ତାରିଖ ଦିନ ୧୨ ଟା ୩୦ ସମୟରେ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ନିର୍ଦ୍ଦେଶକ୍ରମେ ନଗରପାଳିକା କାର୍ଯ୍ୟାଳୟର ଗୋଦାମର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ହଡ଼ପ ଅଭିଯୋଗ ହୋଇଛି। ଏପରିକି ହଡ଼ପ ସମୟରେ ବିଜେପି ନେତା ସେଣ୍ଟ୍ରାଲ ଆର୍ମଡ ଫୋର୍ସର ବ୍ୟବହାର କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଏହି ମାମଲା ଥାନରେ ସେତେବେଳେ ଦାୟର କରାଯାଇଥିଲା ଯେତେବେଳେକି ଶୁଭେନ୍ଦୁଙ୍କ ଘନିଷ୍ଠ ସହଯୋଗୀଙ୍କୁ କୋଲକାତା ପୁଲିସ ଠକେଇ ଅଭିଯୋଗରେ ଗିରଫ କରିଥିଲା। ଶୁଭେନ୍ଦୁଙ୍କ ସହଯୋଗୀ ରାଖଲ ବେରା ଜଣଙ୍କୁ ଚାକିରି କରାଇଦେବା ପାଇଁ କହି ୨ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ଏବେ ବି ଚାକିରି ପାଇ ନାହାନ୍ତି।

Leave A Reply

Your email address will not be published.