କଟକରୁ ୧ କୋଟିର ବ୍ରାଉନସୁଗାର ଜବତ

କଟକ: କମିସନରେଟ୍ ପୁଲିସକୁ ବଡ ସଫଳତା। କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି।
Related Posts
ସୂଚନା ମୁତାବକ, ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିକ୍ରି କରୁଥିଲେ। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି।