Odisha Link
Bridging the Missing Links in Odisha

ରାଜଧାନୀରେ ୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମୁଛି। ଆଜି ୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ଆକ୍ରାନ୍ତ। କ୍ୱାରାଣ୍ଟାଇନ ସେଣ୍ଟରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ସେହିପରି ୧୨୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୯୦୯ ପହଞ୍ଚିଛି। ମୋଟ ୭୨,୬୦୮ ଜଣ ସୁସ୍ଥ ହୋଇସାରିଛନ୍ତି। ୩୫୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ହଜାର ୯୨୨ ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୨୯୫ ଜଣ ସୁସ୍ଥ ହୋଇ ଫେରିଛନ୍ତି।

Leave A Reply

Your email address will not be published.