Odisha Link
Bridging the Missing Links in Odisha

ଆଶ୍ବସ୍ତିକର ଖବର: ଖସୁଛି ସଂକ୍ରମଣ ଗ୍ରାଫ୍‌, ଦିନକରେ ୬୧୧୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ମାସ ପାଲଟିଛି ଜୁନ୍‌। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମିତ ଗ୍ରାଫ୍‌ କମିିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୮,୧୯,୨୧୪ରେ ପହଁଞ୍ଚିଛି। ଦିନକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୬୬୫ ଜଣ ସ୍ଥାନୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯୫ଜଣ, ବରଗଡ଼ ଜିଲ୍ଲାରୁ ୧୬୪ଜଣ, ଭଦ୍ରକ ଜିଲ୍ଲାରୁ ୨୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୩ଜଣ, ବୌଦ୍ଧ ଜିଲ୍ଲାରୁ ୧୧୨ଜଣ, କଟକ ଜିଲ୍ଲାରୁ ୬୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୨୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨୩ଜଣ, ଗଜପତି ଜିଲ୍ଲାରୁ ୩୦ଜଣ, ଗଞ୍ଜାମ ଜିଲ୍ଲାରୁ ୯୩ଜଣ, ଜଗତସିଂହପୁର ଜିଲ୍ଲରାୁ ୨୧୮ଜଣ, ଯାଜପୁର ଜିଲ୍ଲାରୁ ୫୬୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ଜଣ, କଳାହାଣ୍ଡି ଜିଲ୍ଲାରୁ ୮୦ଜଣ, କନ୍ଧମାଳ ଜିଲ୍ଲାରୁ ୧୪୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୯୫ଜଣ, କୋରାପୁଟ ଜିଲ୍ଲାରୁ ୧୮୦ଜଣ, ମାଲକାନଗିରି ଜିଲ୍ଲାରୁ ୧୦୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୫୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬୬ଜଣ, ନୟାଗଡ଼ ଜିଲ୍ଲାରୁ ୧୬୧ଜଣ, ନୂଆପଡ଼ା ଜିଲ୍ଲାରୁ ୩୬ଜଣ, ପୁରୀ ଜିଲ୍ଲାରୁ ୩୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୩ଜଣ, ସୋନପୁର ଜିଲ୍ଲାରୁ ୫୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୭୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୦୩ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮,୧୯,୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୬,୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭,୩୯,୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.