Odisha Link
Bridging the Missing Links in Odisha

ବଢ଼ୁଛି ତୈଳ ଦର, ବିଜେଡି-ବିଜେପି କଳି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଯାହାର ପ୍ରଭାବ ଦେଶବାସୀଙ୍କ ପକେଟ ଉପରେ ପକାଉଛି। କେବଳ ତୈଳ ଦର ନୁହେଁ ଅନାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ବିଜେଡି ନେତା ସଞ୍ଜୟ ଦାସବର୍ମା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, ସରକାର ଆଚ୍ଛା ଦିନର ନାରା ଦେଉଥିଲେ। ହେଲେ ଏବେ ତାହାର ଓଲଟା ହେବାରେ ଲାଗିଛି। ଯେଉଁଥିପାଇଁ ସମସ୍ତେ ପ୍ରଭାବିତ ହେଉଛନ୍ତି। ଅର୍ଥମନ୍ତ୍ରୀ କହିଥିଲେ ଯେ କୃଷି ସେସ୍‌ ଦ୍ବାରା ଲୋକେ ପ୍ରଭାବିତ ହେବେ ନାହିଁ। ହେଲେ ଏବେ ୧୬ ଥର ତୈଳ ଦର ବୃଦ୍ଧି ହୋଇସାରିଲାଣି। କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ। ଏବଂ କୃଷି ସେସ ଉପରେ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି।

ଅପରପକ୍ଷେ ରାଜ୍ୟ ବିଜେପି ଏନେଇ ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ନଦେଇ ନିଜ ଟିକସ ପ୍ରଥମେ ଛାଡ଼ କରନ୍ତୁ। ଏସଡିଜି ରିପୋର୍ଟରେ ରାଜ୍ୟ ସରକାର ନିନ୍ଦା ଓ ଅପବାଦର ସମ୍ମୁଖୀନ ହୋଇଛନ୍ତି। ଯୁବ ବର୍ଗଙ୍କୁ ଟିକାକରଣରେ ଅପଦସ୍ତ ହେବା ପରେ ତୈଳ ଦର ବୃଦ୍ଧିକୁ ବାହାନା କରି ନଜର ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି।

ସୂଚନାଥାଉକି, ଆଜି ରାଜ୍ୟର କୋରାପୁଟ ଜିଲ୍ଲାରେ ୧୦୦ ଟଙ୍କା ପାର କରିଛି ପେଟ୍ରୋଲ ଦର। ଆଜି ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଦାମରେ ୨୭ ପଇସା ଓ ଡ଼ଇଜେଲ ଦାମରେ ୨୮ ପଇସା ବଢାଇଛନ୍ତି। କୋରାପୁଟରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ୨୪ ପଇସା ରହିଥିବା ବେଳେ ଡ଼ିଜେଲ ଦର ରହିଛି ୯୮ ଟଙ୍କା । ସେହିପରି ଏକ୍ସଟ୍ରା ପ୍ରିମିୟମ୍ ତେଲ ଦର ରହିଛି ୧୦୪ ଟଙ୍କା ୮ପଇସା । ସେପଟେ ସାରା ଦେଶରେ ପେଟ୍ରୋଲ ଦାମ୍ ଆକାଶ ଛୁଆଁ ରହିଥିବା ବେଳେ ୬ଟି ରାଜ୍ୟରେ ପେଟ୍ରୋଲ ଦର ୧୦୦ଟଙ୍କାରୁ ଅଧିକ ରହିଛି ।

Leave A Reply

Your email address will not be published.