Odisha Link
Bridging the Missing Links in Odisha

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇ ପକ୍ଷରୁ ସବୁ ସ୍କୁଲକୁ ନିର୍ଦ୍ଦେଶ। କରୋନା କାରଣରୁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ କରିନାହାନ୍ତି। ଯେଉଁମାନେ କରିପାରିନଥିବେ ତୁରନ୍ତ ଅନଲାଇନରେ କରାଇବାକୁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନରେ ଆସେସମେଣ୍ଟ କରି ଜୁନ ୨୮ ତାରିଖ ସୁଦ୍ଧା ଅପଲୋଡ କରିବାକୁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଦୃଷ୍ଟି ଦେଇ ସିବିଏସଇ ପକ୍ଷରୁ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି।

Leave A Reply

Your email address will not be published.