Odisha Link
Bridging the Missing Links in Odisha

ଏବେ କମିବନି ତୈଳ ଦର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନକୁ ଦିନ ହୁହୁ ବଢିବାରେ ଲାଗିଛି। ପେଟ୍ରୋଲ୍ ଦର ଅନେକ ସହରରେ ଲିଟର ପିଛା ପ୍ରତି ୧୦୦ ଟଙ୍କା ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତିଦିନ ଦର ବୃଦ୍ଧି କରୁଛନ୍ତି। ଏଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।

ଗୁଜୁରାଟରେ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ କହିଛନ୍ତି, ସରକାରଙ୍କର ଆମଦାନୀ ଏବେ ଖୁବ୍ କମି ଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଆମଦାନୀ କମିଥିବା ବେଳେ ୨୦୨୧-୨୨ ବର୍ଷରେ ମଧ୍ୟ ଏହା କମ୍ ରହିବାର ଆଶଙ୍କା ରହିଛି। ଏବେ ଆମଦାନୀ କମିବା ସହ ସରକାରଙ୍କର ଖର୍ଚ୍ଚ ମଧ୍ୟ ବଢୁଛି।

ହେଲଥ ସେକ୍ଟରରେ ଖର୍ଚ୍ଚ ବଢୁଥିବା ବେଳେ ଜନମଙ୍ଗଳ କାର୍ଯ୍ୟରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ଏଭଳି ସ୍ଥଳେ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ କମ୍ କରିବାର ଏହା ଉପଯୁକ୍ତ ସମୟ ନୁହେଁ। ତୈଳ ଦର ବଢିବାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାର। ବଜାରରେ କଞ୍ଚା ତେଲର ମୂଲ୍ୟ ବ୍ୟାରେଲ୍ ପ୍ରତି ୭୦ ଡଲାରରେ ପହଞ୍ଚିଛି। ଯାହା ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟ ବଢୁଛି।

Leave A Reply

Your email address will not be published.