Odisha Link
Bridging the Missing Links in Odisha

କରୋନା ଔଷଧ ସେବନ ନେଇ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧକୁ ନେଇ ନୂଆ ଗାଇଡଲାଇନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଇରେକ୍ଟାେରେଟ୍ ଜେନେରାଲ୍ ଅଫ୍ ହେଲଥ ସର୍ଭିସେସ୍‌ (ଡିଜିଏଚଏସ୍) ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି। ସାମାନ୍ୟ ଲକ୍ଷଣ ବା ଲକ୍ଷଣ ନ ଥିବା କରୋନା ରୋଗୀଙ୍କୁ ହାଇଡ୍ରୋକ୍ଲୋରୋକ୍ବିନ୍, ଆଇଭରମେଜ୍ଟିନ, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭିଟାମିନ୍ ଆଦି ଦିଆଯିବ ନାହିଁ।

ପୂର୍ବରୁ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏହିସବୁ ମେଡିସିନ୍ ବିପୁଳ ପରିମାଣରେ ବ୍ୟବହାର କରାଯାଉଥିଲା। ପୂର୍ବରୁ ମେ ୨୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଏହି ନୂଆ ଗାଇଡଲାଇନ ଜାରି କରିବା ସହ ମେଡିସିନ୍ ବ୍ୟବହାର ନେଇ ରୋକ୍ ଲଗାଇଛନ୍ତି।

ଯେଉଁ ରାେଗୀ ମାନଙ୍କର ଶରୀରରେ କରୋନା ସଂକ୍ରମଣର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି, ସେମାନଙ୍କୁ ମେଡିସିନ୍ ଖାଇବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କୁ କେବଳ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ। ଯଦି ଅନ୍ୟ କିଛି ରୋଗ ପାଇଁ ମେଡିସିନ୍ ଖାଉଛନ୍ତି ତାହେଲେ ସେହି ମେଡିସିନ୍ ଗୁଡିକ ସେମାନେ ଖାଇପାରିବେ।

ତେବେ ଜ୍ୱର ଆସିଲେ ଆଣ୍ଟିପାଇରେଟିକ୍ ବା ପାରାସିଟାମଲ୍ ଓ ଥଣ୍ଡା ହେଲେ ଆଣ୍ଟିଟ୍ୟୁସିଭ୍ ଦିଆଯିବ। ଏହାସହ ଅତି ଜରୁରୀ ନଥିଲେ ସିଟି ସ୍କାନ ମଧ୍ୟ ନକରିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଅତି ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତି ଯଦି ଲକ୍ଷଣହୀନ କରୋନା ଆକ୍ରାନ୍ତ ହୁଅନ୍ତି ସେମାନେ ଔଷଧ ଖାଇପାରିବେ।

Leave A Reply

Your email address will not be published.