Odisha Link
Bridging the Missing Links in Odisha

ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଏଥିସହ ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

୨୧ ଜୁନରୁ ମାଗଣା ଟିକା ପ୍ରଦାନ କରାଯିବ। ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। କେନ୍ଦ୍ର ସବୁ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଦେବେ ଏବଂ ରାଜ୍ୟ ସରକାର ଗୋଟିଏ ବି ଟଙ୍କା ଟୀକା ବାବଦକୁ ଖର୍ଚ୍ଚ କରିବେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।