Odisha Link
Bridging the Missing Links in Odisha

ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ: ପ୍ରଧାନମନ୍ତ୍ରୀ

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ସହ ଅଛି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ। ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ।

ମୋଦି କହିଛନ୍ତି, ଯଦି ଆମେ ଟୀକା ଉତ୍ପାଦନ କରିନଥାନ୍ତେ ତେବେ ଏବେ ଟୀକାକରଣ ଆରମ୍ଭ ହୋଇନଥାନ୍ତା ଆମ ଦେଶର ବୈଜ୍ଞାନିକମାନେ ଦେଖାଇ ଦେଲେ ଭାରତ ବି ବଡ ବଡ ଦେଶଠୁ କିଛି କମ ନୁହେଁ। ଆମର ବିଶ୍ୱାସ ଥିଲା ଆମ ବୈଜ୍ଞାନିକଙ୍କ ଉପରେ। ସେହି ବିଶ୍ୱାସ ହିଁ ସିଦ୍ଧିରେ ପରିଣତ ହେଲା

ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ବଡ ଅସ୍ତ୍ର ମାସ୍କ, ସାମାଜିକ ଦୂରତା ସହ ଟୀକା ବଡ ବ୍ରହ୍ମାସ୍ତ୍ର ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ।

ଭାରତରେ ୨୩ କୋଟି ଲୋକଙ୍କୁ ଟୀକାକରଣ ହେଲାଣି। ଦୁଇଟି ଟୀକା ପରେ ଏବେ ନାଜାଲ ଭ୍ୟାକ୍ସିନ ଉପରେ ରିସର୍ଚ୍ଚ ଚାଲିଛି। ଯଦି ସବୁ ଠିକଠାକ ହୁଏ ଏହା ଛୁଞ୍ଚିରେ ନୁହେଁ ନାକରେ ଦିଆଯିବ।

Leave A Reply

Your email address will not be published.