Odisha Link
Bridging the Missing Links in Odisha

ଭାରତର ଏମଏସଏମଇ କ୍ଷେତ୍ର ପାଇଁ ୫୦ କୋଟି ଡଲାର ପ୍ରୋଗ୍ରାମକୁ ବିଶ୍ୱ ବ୍ୟାଙ୍କର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହମାରୀ କାରଣରୁ ଦେଶର ଏମଏସଏମଇ ସେକ୍ଟର ବିଶେଷ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତର ଏମଏସଏମଇ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ବିଶ୍ୱ ବ୍ୟାଙ୍କ ୫୦୦ ମିଲିୟନ ଡଲାର ପ୍ରୋଗ୍ରାମକୁ ଅନୁମୋଦନ କରିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ୫ ଲକ୍ଷ ୫୦ ହଜାର ଏମଏସଏମଇର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି।

ଦେଶର ପ୍ରାୟ ୫୮ ନିୟୁତ ଏମଏସଏମଇ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଏମଏସଏମଇଠାରେ ଆନୁଷ୍ଠାନିକ ଉତ୍ସର ଅଭାବ ରହିଛି। ଏମଏସଏମଇ କ୍ଷେତ୍ର ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ, ଏହାର ଭାରତର ଜିଡିପିରେ ୩୦ ପ୍ରତିଶତ ଏବଂ ରପ୍ତାନୀର ୪୦ ପ୍ରତିଶତ ଅବଦାନ ରହିଛି।

ବିଶ୍ୱ ବ୍ୟାଙ୍କର ଏହି ପ୍ରୋଗ୍ରାମ ଦ୍ୱାରା ଏମଏସଏମଇ କ୍ଷେତ୍ରର ବୃଦ୍ଧି ଏବଂ ତ୍ୱରାନିତ୍ୱ ହେବ। ପୂର୍ବରୁ ମଧ୍ୟ ବିଶ୍ୱ ବ୍ୟାଙ୍କ ଏହି ପ୍ରୋଗ୍ରାମ ମାଧ୍ୟମରେ ୨୦୨୦ ଜୁଲାଇରେ ୭୫ କୋଟି ଡଲାରର ସହାୟତା କରିଥିଲା। ବିଶ୍ୱ ବ୍ୟାଙ୍କର ଭାରତ ନିର୍ଦ୍ଦେଶକ ଜୁନାଦ ଅହମ୍ମଦ କହିଛନ୍ତି ଯେ, ଭାରତର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମେରୁଦଣ୍ଡ ଥିବା ଏମଏସଏମଇ କ୍ଷେତ୍ର କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛି। ବିଶ୍ୱ ବ୍ୟାଙ୍କର ଏହି ପ୍ରୋଗ୍ରମ ଏମଏସଏମଇ ସେକ୍ଟରରକୁ ମଜବୁତ କରିବା ସହ ଏମଏସଏମଇ ପାଇଁ ଅର୍ଥ ଏବଂ କାର୍ଯ୍ୟ ପୁଞ୍ଜି ପାଇଁ ଉତ୍ତମ ସୁବିଧା ପ୍ରଦାନ କରିବ।

Leave A Reply

Your email address will not be published.