Odisha Link
Bridging the Missing Links in Odisha

ଦେଶୀ ଟିକା ଡେଲ୍ଟା ଭାଇରସର ମୁକାବିଲା କରିବାରେ ସଫଳ: ଡିଏମ୍‌ଇଟି

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍‌। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସଫଳ ହୋଇଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଟିକାକରଣକୁ ବ୍ୟାପକୁ କରାଯାଉଛି। ଯାହାଫଳରେ ଲୋକେ ଟିକା ନେଲା ପରେ ସିଭିୟରିଟି କମିବାରେ ଲାଗିଛି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଲକ୍‌ଡାଉନ୍‌ କମାଇବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା। ଯାହା ଏବେ ସଫଳ ହୋଇଛି। ସେ ଆହୁରି କହିଛନ୍ତି ଯେ, ବୟସ୍କମାନଙ୍କୁ ତୃତୀୟ ଡୋଜ୍‌ ଦେବା ପାଇଁ ଯେଉଁ ରିପୋର୍ଟ ଦେଇଛି ସେଇଟା ମେସେଞ୍ଜର RNA ଟୀକାକୁ ନେଇ, କିନ୍ତୁ ଆଇସିଏମ୍‌ଆର୍‌ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ୧୮ରୁ ଅଧିକ ବୟସ୍କ ସମସ୍ତଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି । ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ କେତେ ପରିମାଣରେ ଭ୍ୟାକ୍‌ସିନ୍‌ ଯୋଗେଇବେ କେନ୍ଦ୍ର ଉପରେ ନିର୍ଭର କରେ ,ସେଇ ଅନୁସାରେ ଟିକା ବଣ୍ଟନ କରାଯାଇପାରିବ।

ନାଜାଲ୍ ସ୍ପ୍ରେ ଟିକା ପ୍ରସଙ୍ଗରେ ସେ କହିଛନ୍ତି ସାଇନଫ୍ଲୁ ବେଳେ ମଧ୍ୟ ନାଜାଲ୍ ସ୍ପ୍ରେ ଦିଆଯାଉଥିଲା। ଏବେ କରୋନା ପାଇଁ ନାଜାଲ ସ୍ପ୍ରେ ଟିକା ଗବେଷଣା ସ୍ତରରେ ଅଛି, ତାହା କେତେ କାମ ଦେବ ଗବେଷଣା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.