Odisha Link
Bridging the Missing Links in Odisha

ଟିକା ନେଲେ ମିଳିବ ସ୍ମାର୍ଟଫୋନ୍

ଭୋପାଳ: ଟିକା ନେଲେ ମିଳିବ ସ୍ମାର୍ଟଫୋନ୍। କରୋନା ଟିକା ନେଲେ ମାଗଣାରେ ମିଳିବ ମୋବାଇଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ। ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଭୋପାଳ ଜିଲ୍ଲା ପ୍ରଶାସନ।

କରୋନା ଭାଇରସର ଦ୍ୱିତୀୟ ଲହର କାୟା ମେଲାଇଥିବା ବେଳେ, କରୋନାକୁ ମାତ୍‌ ଦେବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟିକା। ସେଥିପାଇଁ ପୂରା ବିଶ୍ୱରେ ଚାଲିଛି ଟୀକାଦାନ ପ୍ରକ୍ରିୟା। ତେବେ ଏହି ଟିକା ଦାନ ପ୍ରକ୍ରିୟାରେ ଅନେକ ଲୋକ ଟିକା ନେଉଥିବା ବେଳେ, କିଛି ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି କିମ୍ବା ଭୟ କରୁଛନ୍ତି। ଏହି ଲୋକଙ୍କୁ ଟିକା ନେବାକୁ ଉତ୍ସାହ ଆଣିବା ପାଇଁ ଏଭଳି କିଛି ଏଭଳି ନିଆରା ପ୍ରସ୍ତୁତି ଚଳାଇଛି ଭୋପାଳ ଜିଲ୍ଲା ପ୍ରଶାସନ।

ବାସ୍ତବରେ କୌଣସି ଭୁଲ ଧାରଣା ହେତୁ, ଭୋପାଳର ଗ୍ରାମାଂଚଳର ଲୋକେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେଥିପାଇଁ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି କୌଶଳ ଆପଣେଇଛି ଭୋପାଳ ଜିଲ୍ଲା ପ୍ରଶାସନ। ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମୋବାଇଲ୍ ଫୋନ୍ ଉପହାର ଦେବା ପାଇଁ ଯୋଜନା କରାଯାଇଛି। ଆଉ ଏଥିପାଇଁ ମୋବାଇଲ୍ କମ୍ପାନୀ ଲାଭା ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ। ଏହି ଯୋଜନାରେ କମ୍ପାନୀ ଦ୍ୱାରା ଲୋକଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦିଆଯିବ।

ତେବେ ଏହି ଯୋଜନା ଅନୁଯାୟୀ, ଗ୍ରାମାଂଚଳର ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ଲକି ଡ୍ର ବଛାଯିବ। ଆଉ ଏହି ଲକି ଡ୍ର ମାଧ୍ୟମରେ ୧୦ଜଣଙ୍କୁ ମୋବାଇଲ୍ ଫୋନ୍ ମିଳିବ। ଯାହାଦ୍ୱାରା ସେମାନେ ଗାଁକୁ ଯାଇ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ପ୍ରେରଣା ଯୋଗାଇପାରିବେ।

Leave A Reply

Your email address will not be published.