Odisha Link
Bridging the Missing Links in Odisha

ଉଠା ଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠା ଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି।

ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ (Street vendor) ଉପକୃତ ହେବେ।

Leave A Reply

Your email address will not be published.