Odisha Link
Bridging the Missing Links in Odisha

ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବହୁ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି। ଏହାରି ମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଚୀନର ପ୍ରାୟ ୨୧-୨୨ଟି ଯୁଦ୍ଧ ବିମାନ ମୁଖ୍ୟତଃ ଜେ-୧୧ ଏବଂ କିଛି ଜେ-୧୬ ଯୁଦ୍ଧ ବିମାନ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ଉପରେ ପଇଁତରା ମାରିଥିଲା। ଚୀନର ଯୁଦ୍ଧ ବିମାନର ଏହି କାର୍ଯ୍ୟକଳାପ ହଟାନ, ଗାର ଗୁନ୍ସା ଏବଂ କାଶ୍ଗର ଏୟାରଫିଲ୍ଡ ଏୟାରବେସରୁ ହୋଇଥିଲା। ଯାହାକୁ ବିଭିନ୍ନ ପ୍ରକାରର ଯୁଦ୍ଧବିମାନର ଉପସ୍ଥିତି ଲୁଚାଇବା ପାଇଁ ତିଆରି କରାଯାଇଛି। ତେବେ ନିଜ ସୀମା ଭିତରେ ରହି ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ୨୦ଜଣ ଯବାନ ସହିଦ ହୋଇଥିଲେ। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଯାହା ଏବେ ପର୍ଯ୍ୟନ୍ତ ସୁଧୁରି ପାରିନାହିଁ।

Leave A Reply

Your email address will not be published.