Odisha Link
Bridging the Missing Links in Odisha

ଜୁଲାଇରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଆସନ୍ତା ଜୁଲାଇରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହାପୂର୍ବରୁ ଚଳିତ ମାସ ୧୬ ତାରିଖରୁ ସଂସଦୀୟ କମିଟିଗୁଡ଼ିକ କାମ କରିବା ଆରମ୍ଭ କରିବେ। ଜୁନ୍‌ ୧୬ ଓ ୨୩ ତାରିଖରେ ପବ୍ଲିକ ଆକାଉଣ୍ଟସ କମିଟିର ବୈଠକ ମଧ୍ୟ ଡକାଯାଇଛି। ଶ୍ରମିକ ବ୍ୟାପାର ସଂସଦୀୟ କମିଟିର ଗୋଟିଏ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହାଛଡ଼ା, ଜୁନ୍‌ ତୃତୀୟ ସପ୍ତାହରୁ ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି’ ଅଧିବେଶନର ମଧ୍ୟ ପୁନରାରମ୍ଭ ହେବାର ସମ୍ଭାବନା ରହିଛି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସ୍ବାଭାବିକ ସମୟ ସାରଣୀ ଅନୁସାରେ ଜୁଲାଇ ମାସରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ମୋର ଆଶା।

ସୂଚନାଯୋଗ୍ୟ, ଗତବର୍ଷ କରୋନା ପାଇଁ ଜୁଲାଇ ମାସରେ ହେଉଥିବା ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିଥିଲା। ସଂସଦର ୩ଟି ଅଧିବେଶନର ସମୟସୀମା ହ୍ରାସ କରାଯାଇଥିବା ବେଳେ ଶୀତ ଅଧିବେଶନକୁ ସଂପୂର୍ଣ୍ଣ ବାତିଲ କରାଯାଇଥିଲା।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂସଦୀୟ କମିଟିର ବୈଠକକୁ ମଧ୍ୟ ବାତିଲ କରାଯାଇଥିଲା। କିଛି ସାଂସଦ ଭିଡିଓ କନଫରେନ୍ସିଂରେ ସଂସଦୀୟ କମିଟିର ବୈଠକ କରିବାକୁ ଦାବି କରିଥିଲେ ହେଁ ଉଭୟ ସଦନର ପ୍ରିଜାଇଡିଂ ଅଫିସର ଏଥିପାଇଁ ଅନୁମତି ଦେଇ ନଥିଲେ।

Leave A Reply

Your email address will not be published.